* ଶବ ଦାହ ଓ ପଥ ଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି * ଦୁଇଗୁଣ ହେଲା ସ୍ୱର୍ଗଦ୍ୱାର ବିକାଶ ଫି ସ୍ୱର୍ଗଦ୍ୱାର ଶ୍ମଶାନରେ ଶୋଷଣକୁ ପ୍ରୋତ୍ସାହନ ଦେଇଛି ପ୍ରଶାସନ । ଅଧିକ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କବି ରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ପୁରୀ ପୌରସଂସ୍ଥା ଶବଦାହ ଓ ପଥଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି କରିଛି । ବର୍ଦ୍ଧିତ ମୂଲ୍ୟ ଶୁକ୍ରବାରଠାରୁ ଲାଗୁ କରାଯାଇଛି । ସ୍ୱର୍ଗଦ୍ୱାର ବିକାଶ ଏବଂ ପରିମଳ ଫି ୨ଗୁଣ ବୃଦ୍ଧି ପାଇଛି । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ନିଷ୍ପତ୍ତି ଅନୁଯାୟୀ ଶବସକ୍ରାର ପାଇଁ ମୂଲ୍ୟବୃଦ୍ଧି କରାଯାଇଥିବା ପୌରସଂସ୍ଥା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏଥିଯୋଗୁଁ ସ୍ୱର୍ଗଦ୍ୱାର ଶ୍ମଶାନରେ ଶବଦାହ ଅଧିକ ବ୍ୟୟବହୁଳ ହୋଇଛି । ଶବଦାହକ ଏବଂ ବ୍ରାହ୍ମଣଙ୍କ ଜୁଲମ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଜୋରଜୁଲମ ତଥା ଅଧିକ ଅର୍ଥ ଆଦାୟ ବନ୍ଦ ପାଇଁ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨ମାସ ତଳେ ସୁପାରିସ କରିଥିଲା । ପୌର କର୍ତ୍ତୃପକ୍ଷ ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଶବଦାହ, ବ୍ରାହ୍ମଣ ଦକ୍ଷିଣା, ବିକାଶ ଓ ପରିମଳ ମୂଲ୍ୟ ବୃଦ୍ଧିକରି ବେଡି ଉପରେ କୋରଡ଼ା ମାଡ଼ କରିଛନ୍ତି । ଜିଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ବିରୋଧରେ ସାଧାରଣରେ ତୀବ୍ର ପ୍ରତିକ୍...
ନୂଆ ଓଡ଼ିଶା ସନ୍ଧାନରେ...