Skip to main content

ଭୁବନେଶ୍ୱର : ଫସର ଫାଟିଲା ପିଙ୍କ ଅଟୋ ସେଵା



କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ୨୦୧୪ ଜୁନ ୨୭ ତାରିଖରୁ ଆରମ୍ଭ ହୋଇଥିଲା ପିଙ୍କ ଅଟୋ ସେବା । ତତ୍କାଳୀନ ପୁଲିସ କମିଶନର ଆର.ପି ଶର୍ମା ଏହି ସେବାର ଉଦ୍‍ଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୧୦ ପିଙ୍କ ଅଟୋ ଚଳାଚଳ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ୩୦୦ ଅଟୋ ସାମିଲ କରାଯାଇଥିଲା । ଏହି ସେବା ପାଇଁ ଆବଶ୍ୟକ ପ୍ରଚାର ଓ ପ୍ରସାର ସହ ସଚେତନତାର ଅଭାବ ଯୋଗୁଁ ପିଙ୍କ୍‍ ଅଟୋ ସେବା ସମ୍ପୂର୍ଣ୍ଣ ଅଚଳ ହେବାକୁ ବସିଛି  । ପ୍ରକାଶ ଯେ ପ୍ରାରମ୍ଭରେ ଏପରି ପରିସ୍ଥିତି ଉପୁଜିଥିଲା ଯେ କି ଠିକ୍‍ ସମୟରେ ମହିଳା ଯାତ୍ରୀ ନଆସିବାରୁ ଦୈନିକ ଯେତିକି ବ୍ୟବସାୟ ହେବା କଥା ତାହା ହୋଇନଥିଲା । ଏଥିପାଇଁ ଅଟୋଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆବଶ୍ୟକ ମହିଳା ଯାତ୍ରୀ ନହେବାରୁ ପିଙ୍କ୍‍ ଅଟୋଚାଳକ ପୁରୁଷ ଯାତ୍ରୀଙ୍କୁ ନେବା ଆଣିବା କରିବାକୁ ଅନୁମତି ମିଳିଥିଲା । ଫଳରେ ପିଙ୍କ୍‍ ଅଟୋ ଓ ସାଧାରଣ ଅଟୋ ମଧ୍ୟରେ କୌଣସି ତଫାତ ରହିଲାନାହିଁ  । ପିଙ୍କ୍‍ ଅଟୋ ସେବାର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ କମିଶନରେଟ ପୁଲିସ କୌଣସି ପଦକ୍ଷେପ ନନେବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି ବୋଲି ବହୁ ଅଟୋ ଚାଳକ ମତବ୍ୟକ୍ତ କରିଛନ୍ତି ।

(ଏହି ଲେଖାଟି ୨୦୧୮ ମସିହା ଜୁନ ୩ତାରିଖ (ରବିବାର) ଦୈନିକ ସମାଜ ଖବରକାଗଜ ଭୁବନେଶ୍ୱର ସଂସ୍କରଣର ପୃଷ୍ଠା ସଂଖ୍ୟା ୧୧ରେ ପ୍ରକାଶ ପାଇଥିଲା ।)

Comments