Skip to main content

Posts

ପରୀ ଅପହରଣ ଓ ହତ୍ୟାକାଣ୍ଡ

ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ବର୍ଷର ଶିଶୁ କନ୍ୟା ଅମ୍ରିତା ସ୍ନେହା ଓରଫ ପରୀକୁ ୨୦୨୦ ଜୁଲାଇରେ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇ ସାରିଥିଲେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଓଡ଼ିଶା ବିଧାନ ସଭା ସମ୍ମୁଖରେ ପରୀର ପିତାମାତା ଆତ୍ମାହୁତି ଉଦ୍ୟମ କରିଥିଲେ । ଯାହା ପରେ ପରୀ ଘଟଣା ରାଜ୍ୟବ୍ୟାପୀ ଯୋରଦାର ଚର୍ଚ୍ଚା ଧରିଥିଲା । ବିଷୟସୂଚୀ ୧ ଘଟଣା ୨ ତଦନ୍ତ ୩ ଅଭିଯୁକ୍ତ ୪ ଘଟଣା କ୍ରମ ୫ ଫଳାଫଳ ୬ ଆଧାର ଘଟଣା ୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର (୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ) ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ଶବ ବ୍ୟବଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କ
Recent posts

ପୁରୀ : ସ୍ୱର୍ଗଦ୍ୱାର ଶୋଷଣକୁ ପ୍ରୋତ୍ସାହନ

* ଶବ ଦାହ ଓ ପଥ ଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି * ଦୁଇଗୁଣ ହେଲା ସ୍ୱର୍ଗଦ୍ୱାର ବିକାଶ ଫି ସ୍ୱର୍ଗଦ୍ୱାର ଶ୍ମଶାନରେ ଶୋଷଣକୁ ପ୍ରୋତ୍ସାହନ ଦେଇଛି ପ୍ରଶାସନ  । ଅଧିକ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କବି ରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ପୁରୀ ପୌରସଂସ୍ଥା ଶବଦାହ ଓ ପଥଶ୍ରାଦ୍ଧ ଦକ୍ଷିଣା ବୃଦ୍ଧି କରିଛି  । ବର୍ଦ୍ଧିତ ମୂଲ୍ୟ ଶୁକ୍ରବାରଠାରୁ ଲାଗୁ କରାଯାଇଛି  । ସ୍ୱର୍ଗଦ୍ୱାର ବିକାଶ ଏବଂ ପରିମଳ ଫି ୨ଗୁଣ ବୃଦ୍ଧି ପାଇଛି  । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ନିଷ୍ପତ୍ତି ଅନୁଯାୟୀ ଶବସକ୍ରାର ପାଇଁ ମୂଲ୍ୟବୃଦ୍ଧି କରାଯାଇଥିବା ପୌରସଂସ୍ଥା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି  । ଏଥିଯୋଗୁଁ ସ୍ୱର୍ଗଦ୍ୱାର ଶ୍ମଶାନରେ ଶବଦାହ ଅଧିକ ବ୍ୟୟବହୁଳ ହୋଇଛି  । ଶବଦାହକ ଏବଂ ବ୍ରାହ୍ମଣଙ୍କ ଜୁଲମ ବୃଦ୍ଧି ପାଇବାର ସମ୍ଭାବନା ରହିଛି  । ଜୋରଜୁଲମ ତଥା ଅଧିକ ଅର୍ଥ ଆଦାୟ ବନ୍ଦ ପାଇଁ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨ମାସ ତଳେ ସୁପାରିସ କରିଥିଲା  । ପୌର କର୍ତ୍ତୃପକ୍ଷ ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଶବଦାହ, ବ୍ରାହ୍ମଣ ଦକ୍ଷିଣା, ବିକାଶ ଓ ପରିମଳ ମୂଲ୍ୟ ବୃଦ୍ଧିକରି ବେଡି ଉପରେ କୋରଡ଼ା ମାଡ଼ କରିଛନ୍ତି  । ଜିଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ବିରୋଧରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ମୂଲ୍ୟବୃଦ୍ଧି ପୂର୍ବରୁ ଜନସ

ଭୁବନେଶ୍ୱର : ଫସର ଫାଟିଲା ପିଙ୍କ ଅଟୋ ସେଵା

କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ୨୦୧୪ ଜୁନ ୨୭ ତାରିଖରୁ ଆରମ୍ଭ ହୋଇଥିଲା ପିଙ୍କ ଅଟୋ ସେବା । ତତ୍କାଳୀନ ପୁଲିସ କମିଶନର ଆର.ପି ଶର୍ମା ଏହି ସେବାର ଉଦ୍‍ଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୧୦ ପିଙ୍କ ଅଟୋ ଚଳାଚଳ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ୩୦୦ ଅଟୋ ସାମିଲ କରାଯାଇଥିଲା । ଏହି ସେବା ପାଇଁ ଆବଶ୍ୟକ ପ୍ରଚାର ଓ ପ୍ରସାର ସହ ସଚେତନତାର ଅଭାବ ଯୋଗୁଁ ପିଙ୍କ୍‍ ଅଟୋ ସେବା ସମ୍ପୂର୍ଣ୍ଣ ଅଚଳ ହେବାକୁ ବସିଛି  । ପ୍ରକାଶ ଯେ ପ୍ରାରମ୍ଭରେ ଏପରି ପରିସ୍ଥିତି ଉପୁଜିଥିଲା ଯେ କି ଠିକ୍‍ ସମୟରେ ମହିଳା ଯାତ୍ରୀ ନଆସିବାରୁ ଦୈନିକ ଯେତିକି ବ୍ୟବସାୟ ହେବା କଥା ତାହା ହୋଇନଥିଲା । ଏଥିପାଇଁ ଅଟୋଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆବଶ୍ୟକ ମହିଳା ଯାତ୍ରୀ ନହେବାରୁ ପିଙ୍କ୍‍ ଅଟୋଚାଳକ ପୁରୁଷ ଯାତ୍ରୀଙ୍କୁ ନେବା ଆଣିବା କରିବାକୁ ଅନୁମତି ମିଳିଥିଲା । ଫଳରେ ପିଙ୍କ୍‍ ଅଟୋ ଓ ସାଧାରଣ ଅଟୋ ମଧ୍ୟରେ କୌଣସି ତଫାତ ରହିଲାନାହିଁ  । ପିଙ୍କ୍‍ ଅଟୋ ସେବାର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ କମିଶନରେଟ ପୁଲିସ କୌଣସି ପଦକ୍ଷେପ ନନେବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି ବୋଲି ବହୁ ଅଟୋ ଚାଳକ ମତବ୍ୟକ୍ତ କରିଛନ୍ତି । (ଏହି ଲେଖାଟି ୨୦୧୮ ମସିହା ଜୁନ ୩ତାରିଖ (ରବିବାର) ଦୈନିକ ସମାଜ ଖବରକାଗଜ ଭୁବନେଶ୍ୱର ସଂସ୍କରଣର ପୃଷ୍ଠା ସଂଖ୍ୟା ୧୧ରେ ପ୍ରକାଶ ପାଇଥିଲା