ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ବର୍ଷର ଶିଶୁ କନ୍ୟା ଅମ୍ରିତା ସ୍ନେହା ଓରଫ ପରୀକୁ ୨୦୨୦ ଜୁଲାଇରେ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇ ସାରିଥିଲେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଓଡ଼ିଶା ବିଧାନ ସଭା ସମ୍ମୁଖରେ ପରୀର ପିତାମାତା ଆତ୍ମାହୁତି ଉଦ୍ୟମ କରିଥିଲେ । ଯାହା ପରେ ପରୀ ଘଟଣା ରାଜ୍ୟବ୍ୟାପୀ ଯୋରଦାର ଚର୍ଚ୍ଚା ଧରିଥିଲା । ବିଷୟସୂଚୀ ୧ ଘଟଣା ୨ ତଦନ୍ତ ୩ ଅଭିଯୁକ୍ତ ୪ ଘଟଣା କ୍ରମ ୫ ଫଳାଫଳ ୬ ଆଧାର ଘଟଣା ୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର (୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ) ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ଶବ ବ୍ୟବଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କ...
ନୂଆ ଓଡ଼ିଶା ସନ୍ଧାନରେ...